କାନୁଟ ନୋଡାଲ ଉଚ୍ଚ ବିଦ୍ୟାଳୟ, କାନୁଟ
ନାମ ଲେଖା ବିଜ୍ଞାପନ (ଶିକ୍ଷା ବର୍ଷ ୨୦୨୧-୨୨)
ଏତଦ୍ଦ୍ବାରା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ କାନୁଟ ନୋଡାଲ ଉଚ୍ଚ ବିଦ୍ୟାଳୟ, କାନୁଟରେ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଆଗାମୀ ଶିକ୍ଷା ବର୍ଷ ୨୦୨୧ - ୨୨ ପାଇଁ ନାମଲେଖା ପ୍ରକ୍ରିୟା ନିମ୍ନମତେ ଆରମ୍ଭ ହେବ ।
ନାମଲେଖା ଆରମ୍ଭ ତା: ୦୩- ୦୪-୨୦୨୧
ନାମଲେଖା ଶେଷ ତା: ୩୦-୦୬-୨୦୨୧
ନାମଲେଖାଇବା ପାଇଁ ଆବଶ୍ୟକ ନଥିପତ୍ର
୧. ପ୍ରାର୍ଥି/ ପ୍ରାର୍ଥିନୀଙ୍କ ଆଧାର କାର୍ଡର ଜେରକ୍ସ ।
୨. ପିତାମାତାଙ୍କ ଆଧାର କାର୍ଡର ଜେରକ୍ସ ।
୩. ପ୍ରାର୍ଥି/ ପ୍ରାର୍ଥିନୀଙ୍କ ବ୍ୟାଙ୍କ ପାସବୁକର ସାମ୍ନା ପୃଷ୍ଠାର ଜେରକ୍ସ ।
୪. ବିଦ୍ୟାଳୟ ପରିତ୍ୟାଗ ସାର୍ଟିଫିକେଟର ମୂଳ ପ୍ରମାଣପତ୍ର । (Original TC /SLC)
୫. ପ୍ରାର୍ଥି / ପ୍ରାର୍ଥିନୀଙ୍କ ପାସପୋର୍ଟ ସାଇଜ ଫୋଟୋ ୩ ଟି ।
୬. ଅନୁସୂଚୀତ ଜାତି/ଜନଜାତି ପ୍ରାର୍ଥି/ ପ୍ରାର୍ଥିନୀ ପାଇଁ ଜାତିଗତ ପ୍ରମାଣ ପତ୍ରର ଜେରକ୍ସ।
୭. ପିତାମାତାଙ୍କ ମୋବାଇଲ୍ ନମ୍ବର ।
ବି.ଦ୍ର. - TC/ SLC ସହିତ ଆଧାର କାର୍ଡର ନାମ ଓ ଜନ୍ମ ତାରିଖ ନିର୍ଭୂଲ ଥିବା ସୁନିଶ୍ଚିତ କରନ୍ତୁ ।
ଅଧିକ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ମୋ. ୯୪୩୮୪୫୪୩୯, ୯୯୩୭୭୯୪୩୫
ବିଦ୍ୟାଳୟକୁ ଆସିବା ସମୟରେ ମାସ୍କ( mask) ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ।
ମଣିକାନ୍ତି ପାଣିଗ୍ରାହୀ
ପ୍ରଧାନ ଶିକ୍ଷକ
କାନୁଟ ନୋଡାଲ ଉଚ୍ଚ ବିଦ୍ୟାଳୟ, କାନୁଟ
ବିଦ୍ୟାଳୟ ସମ୍ପର୍କିତ ସୂଚନା ପାଇଁ www.kanutnodalhighschool.blogspot.com ଦେଖନ୍ତୁ ।
0 comments:
Post a Comment